ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଷ୍ଟେଟ ବ୍ୟାଙ୍କରେ ନୂତନ ମୁଖ୍ୟ ପରିଚାଳକ ଭାବେ ଚକ୍ରଧର ନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି । କର୍ମଚାରୀ ମାନେ ନୂତନ ମୁଖ୍ୟ ପରିଚାଳକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏଥି ପୂର୍ବରୁ ସେ ବାରିପଦାର ରିଜିଓନାଲ ବିଜିନେସ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ପୂର୍ବରୁ ଏଠାରେ କାର୍ଯ୍ୟରତ ଥିବା ମୁଖ୍ୟ ପରିଚାଳକ ଅଶୋକ କୁମାର ପାଲ ଙ୍କୁ ଜୟପୁର ରିଜିଓନାଲ ବିଜିନେସ କାର୍ଯ୍ୟାଳୟ କୁ ବଦଳି କରା ଯାଇଥିବାର ଜଣା ପଡ଼ିଛି ।
ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କରେ ନୂତନ ଭାବେ ମୁଖ୍ୟ ପରିଚାଳକ ଦାୟିତ୍ୱ ଗ୍ରହଣ କଲେ ଚକ୍ରଧର ନାୟକ !!!

