ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜୁନ୍ ୧୪ ରେ ପଡୁଛି ଚଳିତ ବର୍ଷର ରଜପର୍ବ । ସହର ଠାରୁ ଗାଁ ସବୁଠି ଝିଅ ବୋହୁଙ୍କ ମନରେ ନୂଆ ଉଦ୍ଧିପନା । ନିଜର ପ୍ରତିଭା ଦେଖାଇବା ଆଉ ରଜ ର ମଜାକୁ ସାଙ୍ଗ ସାଥିରେ ଉପଭୋଗ କରିବାର ମଉକା ଦିଏ ଓଡିଶାର କୃଷି ଭିତ୍ତିକ ରଜ ପର୍ବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଙ୍କୀ ଡମପଡା ବ୍କକର ଅରପୁର ଗ୍ରାମର ରଜ ମହୋତ୍ସବ ପାଳିତ ହେବ . ଏଥର ଏହା ଆଠବର୍ଷରେ ପଦାର୍ପଣ କରୁଛି । ଜୁନ୍ ୧୨ ରୁ ଜୁନ୍ ୧୬ ତାରିଖ ଭିତରେ ଝିଅ ବୋହୁଙ୍କ ଭିତରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା କରି ପୁରସ୍କୃତ କରାଯିବ । ଉଦଘାଟନ ରେ ଗ୍ରାମାଞ୍ଚଳ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ , ରକ୍ତଦାନ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବା ସହିତ ୧୬ ତାରିଖ ଉଦଯାପନ ଦିବସରେ ରଜ ସାହିତ୍ୟ ଆସର କରାଯିବ । ବିଭିନ୍ନ ଦିବସରେ ସ୍ଥାନୀୟ କଳାକାର , ସାହିତ୍ୟିକ ଓ ସମାଜସେବୀ ମାନଙ୍କୁ ସଂବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।ବହୁ ସଂଖ୍ୟାରେ ଲୋକ ମାନେ ଏହି ରଜ ମହୋତ୍ସବକୁ ଉପଭୋଗ କରିବାକୁ ଅନୁଷ୍ଠାନର ସଂପାଦକ ସୁବ୍ରତ କୁମାର ନାୟକ ଅନୁରୋଧ କରିଛନ୍ତି ।