ରା. ଉଦୟଗିରି ବ୍ଳକ୍ ରେ ମିଶନ ଶକ୍ତି ମହିଳା ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମହିଳା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଟାଇକୋଣ୍ଡ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ପରିଚାଳନାରେ ମହିଳାଙ୍କୁ ମାଗଣାରେ ଏହି ତାଲିମ ପ୍ରଦାନ କରାଯାଇଥିଲା । ବ୍ଳକର ସମସ୍ତ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ମିଶନ ଶକ୍ତିରେ କାର୍ଯ୍ୟରତ ଏମ୍ ଵି କେ ଓ ସି ଆର ପି ମୋଟ 105 ଜଣ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ଜୀବିକା ମିଶନର ବି. ପି. ଏମ୍. ରଜନୀକାନ୍ତ ପଣ୍ଡା ଓ ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଉକ୍ତ ତାଲିମ ପ୍ରଦାନ କରଯାଇଥିଲା । ଏହିଭଳି କାର୍ଯ୍ୟକ୍ରମ ମହିଳାଙ୍କୁ ଅନେକ ସାହାସ ଯୋଗାଇବ ବୋଲି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ମହିଳା ମାନଙ୍କୁ ସଶକ୍ତିକରଣ କରିବା, ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରି ସମାଜରେ ସେମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ସାଙ୍ଗକୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରି କିପରି ମହିଳା ମାନେ ନିଜ ସୁରକ୍ଷା ନିଜେ କରି ପାରିବେ ବୋଲି ଗୁରୁତ୍ୱ ଦିଆଯାଉଛି । ଅନ୍ବେଷା ପଣ୍ଡା, ବର୍ଷିତା ଦାସ ଓ ପି. ସାଇସ୍ମିତା ଏହି ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *