ହରିପୁର ମହାଦେବ ସରକାରୀ ଉଚ୍ଚ ବିଦ୍ୟାଳୟ 5 T ମାଧ୍ୟମରେ ରୂପାନ୍ତରିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସମଗ୍ର ରାଜ୍ୟରେ 5T ଯୋଜନାରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲର ୧୫୧ ଟି ସ୍ମାଟ ସ୍କୁଲ୍ ଉଦଘାଟିତ ହୋଇଛି । ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ହରିପୁର ଠ‍ରେ ଥିବା ମହାଦେବ ସରକାରୀ ଉଚ୍ଚବିଦ୍ୟାଳୟ ସ୍ମାର୍ଟ ସ୍କୁଲ ରେ ପରିଣତ ହୋଇଛି । ଏଣିକି ସ୍କୁଲରେ ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ଲାଭ କରି ପାରିବେ । ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଅତିଥି ରୁପରେ ଯୋଗଦାନ କରିଥିଲେ ସୁକିନ୍ଦା ବ୍ଲକ କର୍ମଚାରୀ , ସ୍ଥାନୀୟ ସମିତି ସଭ୍ୟା ସୋନାଲି ପରିଡ଼ା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି, ପୂର୍ବତନ ଛାତ୍ରଛାତ୍ରୀ ଓ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ . ରାଜ୍ୟ ସରକାରଙ୍କୁ ଏଥି ପାଇଁ ଧନ୍ୟବ‍ାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା । ସେହିଭଳି ବିଦ୍ୟାଳୟର ରୁପରେଖ ବଦଳିଥିବା ବେଳେ ଏହାକୁ ଦେଖି ଛାତ୍ରଛାତ୍ରୀ ମାନେ ଅନେକ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *