କାର୍ଯ୍ୟରତ ଅବସ୍ଥାରେ ସର୍ପାଘାତରେ ପ୍ରାଣ ହରାଇଲେ ବାଙ୍କୀ ହର୍ଟିକଲଚର କର୍ମଚାରୀ !!!

0
188

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କାର୍ଯ୍ୟରତ ଅବସ୍ଥାରେ ସର୍ପାଘାତରେ ପ୍ରାଣ ହରାଇଲେ ବାଙ୍କୀ ହର୍ଟିକଲଚର କର୍ମଚାରୀ ପ୍ରମୋଦ ଛତର । ସାପ କାମୁଡିବା ପରେ ତାଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଥିଲା , ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ର ନିଜସ୍ଵ ଗ୍ରାମ ବରଗଡ଼ ଜିଲ୍ଲାର ଡୁମେର୍ ପାଲୀ ଅଟେ . ଘଟଣା ସମ୍ପର୍କରେ ଶୁଣି ପରିବାର ବର୍ଗ ଶବଦାହ ପାଇଁ ଶବ ନେବା ପାଇଁ ଆସି ପହଞ୍ଚିଛନ୍ତି . ଶବ ବ୍ୟବଚ୍ଛେଦ ହେଲା ପରେ ତାଙ୍କୁ ନିଜ ଗ୍ରାମ ଡୁମର୍ ପାଲୀ କୁ ନେଇ ଶେଷକୃତ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ବାଙ୍କୀ ହର୍ଟିକଲଚର୍ ବିଭାଗର କାର୍ଯ୍ୟରତ ଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ତାଙ୍କ ମୃତ ଶରୀର ପାଖରେ ନ ପହଞ୍ଚିବା ଏକ ନିନ୍ଦନୀୟ ବିଷୟ ।

LEAVE A REPLY

Please enter your comment!
Please enter your name here