ରଜ ମହୋତ୍ସବର ଦିତୀୟ ଦିବସରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଉପଖଣ୍ତ ଅନ୍ତର୍ଗତ ଡମପଡା ବ୍କକର ଅରପୁର ଠାରେ ପାଳିତ ହେଉଥିବା ରଜ ମହୋତ୍ସବର ଦିତୀୟ ଦିବସରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବବନ୍ଧୁ ସତସଂଘ ପରିବାର ଏବଂ ସମ୍ବାଦ ସାହିତ୍ୟ ଘର ଡମପଡା ଶାଖାର ମିଳିତ ଉଦ୍ୟମରେ ଆୟୋଜିତ ରକ୍ତଦାନ ଶିବିରକୁ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜିତା ମଲ୍ଲିକ ପ୍ରଥମେ ଉଦଘାଟନ କରି ରକ୍ତଦାନ କରିଥିଲେ । ଉକ୍ତ ରକ୍ତଦାନ ଶିବିରିରେ ସର୍ବୋମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଗ୍ରାମାଞ୍ଚଳରୁ ପ୍ରଥମ କରି ମହିଳାମାନେ ଆଗଭର ହୋଇ ରକ୍ତଦାନ କରିବା ବୁଦ୍ଧିଜିବୀ ମହଲରେ ପ୍ରଂଶସା ଭାଜନ ହୋଇପାରିଛି । କେହିବି ଜଣେ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ନପଡ଼ନ୍ତୁ , ଏପରି ଏକ ବାର୍ତ୍ତକୁ ଡମପଡା ବ୍କକର ସମସ୍ତ ମହିଳା ସ୍ବୟଂ ସଂଘ ଗୋଷ୍ଠୀର ସଦସ୍ୟ ମାନେ ରଜ ମହୋତ୍ସବ ପରିସରରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଯୁବ ସମାଜସେବୀ ପ୍ରକାଶ କୁମାର ମହାପାତ୍ର , ଜୀବିକା ମିଶନ ସଂଯୋଜକ ଅକ୍ଷୟ କୁମାର ଭଟ୍ଟ , ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ , ଆମ ପରିବାର ଚକ୍ରର ସଂପାଦକ କୁମାର ଅମୀୟ , ପୀତବାସ ସାହୁ , ଗଦାଧର ନାୟକ , ସାମ୍ବାଦିକ ଶୁଭେନ୍ଦୁ ମହାପାତ୍ର ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *