ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜକୁ ନଜରରେ ରଖି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନୂତନ ପୋଷାକ ବିତରଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଘଡୁଆଳ ସ୍ଥିତ ତପସ୍ୟା ଶିଶୁ ଗୃହରେ ଥିବା ବାଳିକା ମାନଙ୍କୁ ପୋଷାକ ବିତରଣ କରାଯାଇଛି । ଅନାଥ ପିଲାମାନେ କିଭଳି ରଜରେ ନୂତନ ପୋଷାକ ପିନ୍ଧିବେ ଏ ଦିଗରେ ପ୍ରୟାସ କରାଯାଇ ଥିବାରୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି । ରଜରେ ସାଧାରଣତଃ କୁଆଁରୀ ଝିଅ ମାନେ ସଜବାଜ ହୋଇଥାନ୍ତି ଓ ପିଠାପଣା ଖାଇଥାନ୍ତି । ସେଭଳି ଅନାଥ ପିଲା ମାନଙ୍କ ମନରେ ଖୁସି ଆଣିବାକୁ ପ୍ରୟାସ କରିଛି ସଙ୍ଗଠନ ଏଥି ସହିତ ଅନାଥାଶ୍ରମରେ କିଛି ଖାତା ଓ କଲମ ବଣ୍ଟନ କରାଯାଇଥିଲା।
ରଜ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନୂତନ ପୋଷାକ ବିତରଣ !!!

