ଉଦ୍ଧାର ହେଲା ରାହୁଲ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସରିଲା ଅପରେସନ୍‌ ରାହୁଲ । ୫ ଦିନ ପରେ ବୋରୱେଲ୍‌ ଭିତରୁ ଉଦ୍ଧାର ହେଲେ ୧୦ ବର୍ଷର ବାଳକ ରାହୁଲ ସାହୁ। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସୁଡଙ୍ଗ କରି ବୋରୱେଲ୍‌ରୁ ରାହୁଲଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି । ପ୍ରାଥମିକ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ତାଙ୍କୁ ଗ୍ରୀନ୍‌ କରିଡର ମାଧ୍ୟମରେ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ରେ ବିଳାସପୁର ହସ୍ପିଟାଲ୍‌କୁ ନିଆଯାଇଛି ।

ଆଜକୁ ୫ ଦିନ ତଳେ ଛତିଶଗଡ଼ ରାଜ୍ୟ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ରାହୁଲ ପ୍ରାୟ ୮୦ ଫୁଟ୍‌ ବୋରୱେଲ୍‌ ଗାତରେ ଖସି ପଡ଼ିଥିଲେ। ଏହି ଖବର ପ୍ରକାଶ ପାଇବା ପାଇଁ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍ ଓ ଜିଲ୍ଲା ପ୍ରଶାସନ ଆସିଥିଲା । ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଥିଲା ଚ୍ୟାଲେଞ୍ଜ ପୂର୍ଣ୍ଣ । କାରଣ ବୋରୱେଲ୍‌ ପାର୍ଶ୍ୱରେ ଖୋଳା ଯାଇଥିବା ସୁଡଙ୍ଗରେ ପଡ଼ିଥିଲା ପଥର । ଉଦ୍ଧାରକାରୀ ଦଳ ପଥରକୁ କାଟି ଭିତରେ ପଶିଥିଲେ । ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବୋରୱେଲ୍‌ ପାର୍ଶ୍ୱରେ ସୁଡଙ୍ଗ କରି ରାହୁଲ୍‌ଙ୍କୁ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *