ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ରେ ରଜ ମହୋତ୍ସବ ଓ ଭଜନ ସମାରୋହ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଲୁଣା ଚିତ୍ରୋତ୍ପଳା ଦିପାଞ୍ଚଳ ତରତସ୍ଥିତ ମା ହରଚଣ୍ଡୀ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ରେ ରଜ ମହୋତ୍ସବ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶରତଚନ୍ଦ୍ର ଦାସ ମହୋତ୍ସବ ଓ ସମାଜ ଉପରେ ଗଣପର୍ବ ପ୍ରଭାବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରଜ ଉତ୍ସବ ଅବସରରେ ରଜକୁ ନେଇ ବିଭିନ୍ନ କବିତା ପାଠ କରାଯିବା ସହିତ ପୋଡପିଠା ଓ ରଜ ପାନ ବଣ୍ଟନ ହୋଇଥିଲା । ରଜରେ ପାନର କଣ ଭୁମିକା ତାହାକୁ କବିତା ମାଧ୍ୟମରେ ବର୍ଣ୍ଣନା କରିଥିଲେ । ଏହି ଅନୁଷ୍ଠାନ ଅଞ୍ଚଳର ଏକ ନିଆରା ଅନୁଷ୍ଠାନ ଯାହା କି ସମାଜ ରୁ ବୁଡି ଯାଇଥିବା ପରମ୍ପରା କୁ ବଞ୍ଚାଇ ରଖିବାକୁ ପ୍ରୟାସ ଚଳାଇ ଆସିଛି । ଭରତ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ତମ ଚରଣ ରାଉତ, କଣ୍ଠଶିଳ୍ପୀ ଶୁଭ୍ରାଂଶୁ ଶେଖର ମହାପାତ୍ର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଶିକ୍ଷାବିତ ନିରଞ୍ଜନ ପଣ୍ଡା, ଶୁକଦେବ ମଳିକ, ଶରତଚନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ରଥ, ନିର୍ମଳ କୁମାର ସ୍ଵାଇଁ, କୁଳମଣି ସାହୁ, ଦିବାକର ମିଶ୍ର, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *