କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : 2021 ମସିହାର ଘଡିସନ୍ଧି କାଳରେ ସିଏମସି କମିଶନରଙ୍କ ଗାଡି ତେଲରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଛନ୍ତି ଓସା କର୍ମକର୍ତ୍ତା ! ”ଚିଟଫଣ୍ଡରେ ସଂପୃକ୍ତ ବିଜେଡି ନେତାଙ୍କ OD 05 AS-8064 ନମ୍ବର ସ୍କର୍ପିଓ ଗାଡି ସିଏମସି କମିଶନର ସରକାରୀ କାର୍ଯ୍ୟରେ ବ୍ୟବହାର କରି ଗାଡି ତେଲରେ କରିଥିବା ବ୍ୟାପକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବୀକଲା ଓସା ! ଏକ ପ୍ରେସ କନ୍ଫରେନ୍ସ ଜରିଆରେ ସୂଚନା ଅଧିକାର ଦ୍ୱାରା ମିଳିଥିବା ଅନୁଯାୟୀ 2021 ରେ ସିଏମସି କମିଶନର ବ୍ୟବହାର କରୁଥିବା ସ୍କରପିଓ ଗାଡି ବାବଡରେ ମାସକୁ ପ୍ରାୟ 30 ହଜାର ଟଙ୍କା ହିସାବରେ ବର୍ଷ ତମାମ ଯାହା ଭଡା ଗଣିଛନ୍ତି, ସେହି ଅର୍ଥରେ ନୂତନ ଗାଡି ଆସି ପାରିଥାନ୍ତା ବୋଲି ପ୍ରକାଶ କରିଛନ୍ତି !! ଏହା ବ୍ୟତୀତ ଦୈନିକ 180 କିମିରୁ ଉର୍ଦ୍ଧ୍ବ ଯାତାୟତ କରି ବର୍ଷକ ମଧ୍ୟରେ 50 ଲକ୍ଷ ଟଙ୍କାର ଇନ୍ଧନ ଖର୍ଚ୍ଚ କରିଥିବା କଥା ସୂଚନା ଅଧିକାର ଆଇନ ମାଧ୍ୟମରେ କେବଳ ଗୋଟିଏ ଗାଡିର ତଥ୍ୟ ମିଳି ପାରିଛି !! ଏହିଭଳି ସେହି ସମାନ ବର୍ଷରେ ସିଏମସି ନେଇଥିବା ଭଡା ଗାଡି ବାବଦରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ସାର୍ବଜନୀନ କରିବା ପାଇଁ ଦାବି କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ମାନେ !! ଯଦି ଏହାର ତଦନ୍ତ ହେବା ସହିତ ତଥ୍ୟକୁ ସାର୍ବଜନୀନ ନକଲେ, ଓସା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ସାଧାରଣ ଜନତାଙ୍କ ଟିକସ ଅର୍ଥର ଅପବ୍ୟବହାର ବିରୁଦ୍ଧରେ ଅଭିଯୋଗ ଆଣିବା ସହିତ, ଆଗାମୀ ଦିନରେ ସିଏମସି ବିରୁଦ୍ଧରେ ଆହୁରି ପ୍ରମାଣ ଦେବେ ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁ । ଆଗାମୀ ଦିନରେ ଘଟଣାର ମୋଡ କୁଆଡେ ନେବ, ଏବେ ଦେକିବାକୁ ବାକି ରହିଲା ।