କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଥାରେ ଅଛି ବାରମାସରେ ତେର ପର୍ବ ପାଳନ ହୁଏ ଓଡ଼ିଶାରେ । ତନ୍ମଧ୍ୟରୁ ରଜପର୍ବ ଓଡ଼ିଶାର କୋଣ ଅନୁକୋଣଠୁ ଆରମ୍ଭ କରି ବିଦେଶରେ ପ୍ରବାସୀ ଓଡ଼ିଆ ମଧ୍ୟ ରଜ ପର୍ବ ପାଳନ କରନ୍ତି । ଏହି ପରମ୍ପରାକୁ ସାଉଁଟି ରଖିବା ପାଇଁ କଟକ ସଦର ବ୍ଲକ ୪୨ ମୌଜା ଏରଞ୍ଚ ଗ୍ରାମରେ ରଜ ପର୍ବ ପାଳିତ ହୋଇ ଯାଇଛି । ଏଥିରେ ଗ୍ରାମର ସମସ୍ତ ଝିଅ ମାନେ ଦୋଳି ସହ ବହୁ ଖେଳ ସହ ପିଠାପଣା ଖାଇଥିଲେ । ସୁକନ୍ୟା କିଟି ପତି ସହ ବହୁ ବାଳିକା ଉତ୍ସବକୁ ଉପଭୋଗ କରିଥିଲେ ।
୪୨ ମୌଜାରେ ପାରମ୍ପରିକ ରଜ ଉତ୍ସବ ପାଳିତ !!!

