ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ପ୍ରାଉଡ଼ ଶିଶୁ ଯତ୍ନ ଅନୁଷ୍ଠାନ ଆର.ସୀତାପୁର ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ ପାଳନ ହୋଇ ଯାଇଛି । ପ୍ରାଧିକରଣ ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ ସତ୍ୟପିର ମିଶ୍ର ଙ୍କ ଆଦେଶ କ୍ରମେ ଆୟୋଜିତ ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା , ସବ ଜଜ ତଥା ପ୍ରାଧିକରଣ ସମ୍ପାଦକ ସନ୍ତୋଷ କୁମାର ଅଗ୍ରୱାଲ, କୋର୍ଟ ରେଜିଷ୍ଟାର ସତ୍ୟବ୍ରତ ରାଣା, ଶିଶୁ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅଳକା ସାହୁ ଓ ଲିଗାଲ ପ୍ରବେଶନ ଅଫିସର ବାଡ଼ତ୍ୟାଙ୍କ ସମେତ ପ୍ରାଉଡ଼ ଅନୁଷ୍ଠାନ ର ଅଧୀକ୍ଷକ ଶ୍ରୀମତୀ ସୁନିତା ପାଢ଼ୀ ଓ ଅନ୍ୟାନ୍ୟ ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଆଇନ ସେବା ପ୍ରାଧିକରଣ ତରଫରୁ ଆୟୋଜିତ ଏହି ସଚେତନତା ଶିବିରରେ ବିଭିନ୍ନ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ଓ ସମାଜରେ କିପରି ଶିଶୁ ଶ୍ରମିକ ରୋକା ଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ଶିଶୁ ଓ ସାଧାରଣ ଲୋକଙ୍କୁ ଅବଗତ କରାଯାଇ ଥିଲା । ସମସ୍ତ ଶିଶୁ କିପରି ଶ୍ରମିକ କାର୍ଯ୍ୟ ରୁ ନିବୃତ୍ତ ରହି ବିଦ୍ୟାଳୟ ଯିବା ପାଇଁ ଇଚ୍ଛା ପ୍ରକାଶ କରିବେ ଓ ଏଥିପାଇଁ ସମାଜର ଦାୟିତ୍ୱ ବିଷୟରେ ଆଲୋକପାତ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *