ରାଣୀ ଜାତୀୟ ସପୁରୀ ଚାଷ ତାଲିମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଗୁମ୍ମା ପଞ୍ଚାୟତର କିତମ୍ଭା ଗ୍ରାମରେ ନାବାର୍ଡ ଆର୍ଥିକ ସହାୟତା ଓ ଆର କେ ଏସ ଏସ ଅନୁଷ୍ଠାନର ସହଯୋଗରେ 10 ଦିନିଆ ରାଣୀ ଜାତୀୟ ସପୁରୀ ଚାଷ ତାଲିମ ଗତ 9 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଶେଷ ଦିନରେ ପ୍ରତୀକ ପଣ୍ଡା, ଡି ଡି ଏମ୍, ନାବାର୍ଡ, କିଶୋର ଚନ୍ଦ୍ର ନାୟକ, ଏଲ ଡି ଏମ୍, ସୁରେଶ କୁମାର ରଇତ (ଓ ଏଲ ଏମ୍) ପ୍ରବୀଣ କୁମାର ଡାକୁଆ, ଗଣେଶ ପ୍ରଧାନ, ସାଧନ ବ୍ୟକ୍ତି, ନରେଶ ନାଥ ମହାପାତ୍ର, ସାଧନ ବ୍ୟକ୍ତି ( ଓର ମାସ) ତରୁଣ କୁମାର ନାୟକ ଉପସ୍ଥିତ ଥାଇ ପରିଚାଳନା କରିଥିଲେ । ଏଥିରେ ଦୁଇ ଗ୍ରାମର 4 ଟି ସ୍ୱୟଂ ସହାୟକ ଗୋଷ୍ଠୀର 40 ଜଣ ମହିଳା ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ମୁଖ୍ୟତଃ ମହିଳା ମାନଙ୍କୁ ରାଣୀ ଜାତୀୟ ସପୁରୀ ଚାଷ ପ୍ରଣାଳୀ ମାଟି ପରୀକ୍ଷା, ପାଗ ଓ ଜଳବାୟୁ, ଧାଡିକୁ ଧାଡି ଦୂରତା, ରୋଗ ପୋକ ନିୟନ୍ତ୍ରଣ ,ସପୁରୀ ଦ୍ବାରା ମୂଲ୍ୟ ବୋଧ କରାଯାଇ ଆଚାର, ସ୍କାସ, ଜାମ ବିକ୍ରି କରି ଏହାର ବଜାରରେ ବିକ୍ରି କରାଯାଇ ମହିଳା ଙ୍କୁ କିପରି ଜୀବନଜୀବିକା କରି ପରିବାରରେ ଚଳି ପାରିବେ ତାଲିମରେ ସୂଚନା ଦିଆଯାଇଥିଲା . ରାଣୀ ସପୁରୀ ଚାଷୀଙ୍କ ଫାର୍ମକୁ ପ୍ରଦର୍ଶନ ନିମନ୍ତେ ନିଆଯାଇଥିଲା । ଶେଷ ଦିନରେ ଅନୁଷ୍ଠାନର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *