ଡ୍ରାଇଭର ମହାସଂଘ ତରଫରୁ ବାଲିଗୁଡ଼ା ବିଧାୟକଙ୍କୁ ଦାବିପତ୍ର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ଏକ ଦଶ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଡ୍ରାଇଭର ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ବୀମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଭଳି ବିଭିନ୍ନ ଦାବି ପ୍ରତି ସରକାରଙ୍କ ଅବହେଳା ଦର୍ଶାଯାଇଛି । ଉକ୍ତ ଦାବି ପ୍ରଦାନ ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକର ଡ୍ରାଇଭର ମହାସଂଘର କର୍ମକର୍ତ୍ତା ସମେତ ହେରଦ ପ୍ରଧାନ, ସାବତ ପ୍ରଧାନ, ଅନୀଲ ସାହୁ, ଯୁବରାଜ ପ୍ରଧାନ, ଦୁଃଶାସନ ଦିଗାଲ ଓ ମଦନ ଦିଗାଲ ସହିତ ଅନ୍ୟାନ୍ୟ ଡ୍ରାଇଭର ଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *