ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ – ନାରା ପାଲଟିଛି ପ୍ରହସନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସରକାର ଙ୍କ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଏକ ପ୍ରହସନ ରେ ପରିଣତ ହୋଇଛି । ସରକାର ଙ୍କ ନିର୍ଦ୍ଦେଶ କୁ ମାନିବା ପାଇଁ ନାରାଜ କିଛି ଶିକ୍ଷକ ଶିକ୍ଷୟିତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ । ଖରା ଛୁଟି ପରେ ଏବେ ସ୍କୁଲ ଖୋଲିଛି । ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ମଧ୍ୟ ଥିଲା । କିନ୍ତୁ ସ୍କୁଲକୁ ଆସି ନଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଅନୁସୁୟା ପଣ୍ଡା , ଏପରି କି ସ୍କୁଲ ଚାବି ମଧ୍ୟ ଦେଇ ନଥିଲେ । ଅନ୍ୟ ଶିକ୍ଷକ ମାନେ ଫୋନ କରିଥିଲେ ମଧ୍ୟ ଫୋନ୍ ଉଠାଇ ନଥିଲେ । ଫଳରେ ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ବସିଥିଲେ । ଏ ସମ୍ପର୍କରେ ଅବଗତ ହେବାପରେ ବିଦ୍ୟାଳୟ ର ସଭାପତି ରଞ୍ଜନ କୁମାର ପରିଡ଼ା ଙ୍କ ହସ୍ତକ୍ଷେପ ପରେ ସ୍ଥାନୀୟ ସିଆରସିସି ନିକଟସ୍ଥ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଙ୍କ ହାତରେ ପ୍ରଶ୍ନ ପତ୍ର ପଠାଇବା ପରେ ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ବସି ପରୀକ୍ଷା ଦେଇଥିଲେ । ଚାବି ନଦେବାରୁ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ହୋଇ ପାରିନଥିଲା । ସ୍କୁଲ ସଭାପତି ଏବଂ ଶିକ୍ଷକ ମାନେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ମନମାନୀ ଲାଗି ଛାତ୍ରଛାତ୍ରୀ ମାନଙ୍କ ମାନସିକ ଆଘାତ ହୋଇଥିବା ବେଳେ ଶିକ୍ଷା ଦାନ ଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅବହେଳା ଲାଗି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ନେବା ଲାଗି ଦାବି ହେଉଛି ।

 

Leave a Reply

Your email address will not be published. Required fields are marked *