ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥ ଙ୍କ ସଭାପତିତ୍ୱରେ ତଥା ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଜୁଲାଇ 17 ତାରିଖ 2022 ରେ ଆସନ୍ତା ସାଧାରଣ ବୈଠକ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଗଲା । ପୂର୍ବତଟ ରେଳପଥର ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର ପତ୍ର ମାଧ୍ୟମରେ ମଞ୍ଚର କାର୍ଯ୍ୟାଳୟକୁ ଜଣାଇଛନ୍ତି ଯେ ପାରଳାଖେମୁଣ୍ଡି ରେଳଷ୍ଟେସନ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ନିମନ୍ତେ ପାଣ୍ଠି ମଞ୍ଜୁର କରାଯାଇଛି ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର କରାଯିବ । ଏତଦ ବ୍ୟତୀତ ମଞ୍ଚର ଯେଉଁ ସଦସ୍ୟ ମାନେ ସାମାଜିକ ସୁରକ୍ଷା ପରିଚୟ ପତ୍ର ପାଇ ନାହାଁନ୍ତି । ଯଥା ଶୀଘ୍ର ଆବେଦନ କରିବା ପାଇଁ ନିବେଦନ କରାଗଲା । ବୈଠକରେ ମହିଳା ସଭ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ ।
ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ !!!

