କନ୍ଧମାଳ ର ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଦାୟିତ୍ୱ ଗ୍ରହଣ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି , ବୃନ୍ଦା ଡି ଙ୍କର ଓଏସଏମସିଏଲ, ଭୁବେନଶ୍ୱର କୁ ବଦଳି ହୋଇଛି l ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ l

ଦାୟିତ୍ୱ ଗ୍ରହଣ କରିବା ପରେ ଜ଼ିଲ୍ଲାପାଳ ପାଟିଲ ଙ୍କୁ ପଚାରିବାରେ ଜିଲାର ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି l ଲୋକଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତି ରେ ଦୃଷ୍ଟି ଦେବେ ବୋଲି ମଧ୍ୟ କହିଥିଲେ l ଆଜି ଦାୟିତ୍ୱ ଗ୍ରହଣ କରିବା ପରେ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜିଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ l ଜିଲାପାଳ ପାଟିଲ ଗଣମାଧ୍ୟମ ର ଆନ୍ତରିକ ସହଯୋଗ କାମନା କରିଥିଲେ l

Leave a Reply

Your email address will not be published. Required fields are marked *