ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସମବାୟ ସମିତି ନିର୍ବାଚନ । ପ୍ରତିଦ୍ବନ୍ଦିତା ପାଇଁ ନିର୍ବାଚନ ଅଧିକାରୀ ଦେଇଛନ୍ତି ଗୋଟିଏ ଚିହ୍ନ , କିନ୍ତୁ ବାଲାଟ୍ ପେପର ରେ ଚିହ୍ନ ନାହିଁ । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ସମବାୟ ସମିତି ରେ । କୁରାଳ ସମବାୟ ସମିତି ଜୋନ୍ ନମ୍ବର ୧୦ ରେ ପ୍ରତିଦ୍ବନ୍ଦିତା କରୁଥିବା ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଙ୍କୁ ନିର୍ବାଚନ ଅଧିକାରୀ ଶଗଡ ଚିହ୍ନ ଦେଇଥିଲେ କିନ୍ତୁ ବାଲାଟ୍ ପେପର ଆସିବା ବେଳକୁ ସେଥିରେ ଶଗଡ଼ ଗାଡ଼ି ଚିହ୍ନ ନଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଅଭିଯୋଗ କରିବାରୁ ନିର୍ବାଚନ ଅଧିକାରୀ କିଛି ଟଙ୍କା ନେଇ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଫୋନ୍ କଲେ ଅଧିକାରୀ କିମ୍ବା ଏଆରସିଏସ ଫୋନ ଉଠାଉ ନାହାନ୍ତି । ନିର୍ବାଚନ ରେ ନୋମିନେସନ ପରେ ଅଧିକାରୀ ଚିହ୍ନ ଘୋଷଣା କରିଥିଲେ କିନ୍ତୁ ବାଲାଟ୍ ପେପର ରେ ନାମ ନାହିଁ କିମ୍ବା ଚିହ୍ନ ନାହିଁ । ବାଲାଟ ପେପର ରେ ନଥିବା ଚିହ୍ନ କୁ ଅଧିକାରୀ କିପରି ଘୋଷଣା କଲେ । ଏହା ପଛରେ ଅଧିକାରୀ ଙ୍କର ମନ୍ଦ ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି ।

