ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରୀ ସାହିରେ ଥିବା ଉତ୍କଳ ହିତୈଷଣି ସମାଜ ସଭାଗୃହରେ କାର୍ଯ୍ୟକାରୀ ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସ୍ତରୀୟ ଉପ-ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମିଳନୀର ଜିଲ୍ଲା ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯିଏ କି ଗତ 19 ଜୁନ ତାରିଖରେ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀର ଏକାଦଶ ତମ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ସେହି ବୈଠକର ଆଲୋଚିତ ପ୍ରସଙ୍ଗ ଉପରେ ସୂଚନା ପ୍ରଦାନ କରିଥିଲେ । ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀର ଭାଷା ଓ ସୀମା ସୁରକ୍ଷା ନେଉଥିବା ପଦକ୍ଷେପକୁ ରାଜ୍ୟ ସ୍ତରରେ ପ୍ରଶଂସିତ କରାଯାଇଥିଲା ଆଗାମୀ 16 ଓ 17 ଦୁଇ ଦିନ ବ୍ୟାପୀ ବାଲେଶ୍ଵରର ଭୋଗରାଇ ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମ୍ମିଳନୀରେ ବିନୋଦ ଚନ୍ଦ୍ର ଜେନା, ଭାରତ ଭୂଷଣ ମହାନ୍ତି, ହରି ମୋହନ ପଟ୍ଟନାୟକ, ଦୁର୍ଗା ମାଧବ ପଣ୍ଡା, ଆଶାଲତା ପାଣିଗ୍ରାହୀ, ଅନାଦି ପାଣିଗ୍ରାହୀ, ଲିଙ୍ଗରାଜ ଦାସ, ତିରୁପତି ପଣ୍ଡା ପ୍ରମୁଖ ଯୋଗଦେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଗଲା ।
ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ବୈଠକ !!!

