ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ଦ୍ଵାଦଶ ଜିଲ୍ଲାସ୍ତରୀୟ ସାଧାରଣ ସମ୍ମିଳନୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ଦ୍ଵାଦଶ ଜିଲ୍ଲା ସ୍ତରୀୟ ସାଧାରଣ ସମ୍ମିଳନୀ ଅନୁଗୋଳ ପୌରପାଳିକାର ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ୟୋମକେଶ ଶତପଥୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହାପରେ ବେଦପାଠ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରେ କୋଭିଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କରୋନା ମହାମାରୀ ପାଇଁ ମହାସଂଘର କୌଣସି ସଭା ସମିତି ହୋଇ ନଥିଲା । ଏହି ସଭାରେ ସଂପାଦକ ପ୍ରଭାତ କୁମାର ରଥ ପୂର୍ବ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ପୂର୍ବ କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କରିବା । ତେଣୁ ପୂର୍ବ କାର୍ଯ୍ୟକାରୀ କମିଟିକୁ ଆଜି ଭଙ୍ଗ କରାଗଲା । ନୂତନ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ କରିବା ନିମନ୍ତେ ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ରଙ୍କୁ ନିର୍ବାଚନ ଅଧିକାରୀ ଭାବେ ମହାସଂଘ ନିଯୁକ୍ତ କରିଥିଲା । କିନ୍ତୁ ଏଥିରେ ସର୍ବ ସମ୍ମତି କ୍ରମେ ଶଶାଙ୍କ ଶେଖର ପାଣିଙ୍କୁ ସଭାପତି, ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ ସଂପାଦକ, ପ୍ରଦୀପ କୁମାର ମିଶ୍ରଙ୍କୁ ଉପସଭାପତି, ସନ୍ତୋଷ କୁମାର ମିଶ୍ରଙ୍କୁ ଯୁଗ୍ମ ସଂପାଦକ, ସୁରେଶ ଶତପଥୀ ଙ୍କୁ କୋଷାଧ୍ୟକ୍ଷ ଏବଂ ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟ ମାନଙ୍କୁ ମନୋନୀତ କରାଯାଇଥିଲା । ଏହି ମହାସଂଘ କିପରି ସୁସଂଗଠିତ ହୋଇ କାର୍ଯ୍ୟ କରିବ ଓ ବ୍ରାହ୍ମଣ ମାନଙ୍କର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିବା ସହିତ ଶାନ୍ତିପାଠ କରାଯାଇଥିଲା । ଏହି ସମ୍ମିଳନୀରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ଆଞ୍ଚଳିକ ସଂଘରୁ ପ୍ରାୟତଃ ୩୦୦ ରୁ ୪୦୦ ବ୍ରାହ୍ମଣ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *