କନ୍ଧମାଳ ରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ଜବତ ହୋଇଛି l ଏ ନେଇ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲା ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳ ର ସପନ ମହାପାତ୍ର ବୋଲି ଜଣାପଡିଛି l ସପନ ପାଖରୁ ପୋଲିସ ୩.୫୯ ଗ୍ରାମ ବ୍ରାଉନସୁଗାର ଜବତ କରିଛି l ସପନ ଖୋରଧା ଅଂଚଳ ରୁ ବ୍ରାଉନ ସୁଗାର ଆଣିଥିବା କହିଛି l ଜିଲାରେ ବ୍ରାଉନ ସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି l ଏ ନେଇ ଫୁଲବାଣୀ ପୋଲିସ 103/27/06/22 ଧାରା 21(a)ଆକ୍ଟ ରେ ଏକ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛି l

Leave a Reply

Your email address will not be published. Required fields are marked *