ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ କୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ର ଓଡିଶୀ ସଂଗୀତଜ୍ଞ ରମେଶ ଚନ୍ଦ୍ର ଦାସ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଦାସଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଭକ୍ତି ସଙ୍ଗୀତ ସଂସଦର ସଭାପତି ବସନ୍ତ ଦାସ, କାର୍ଯ୍ୟକାରୀ ସଭାପତି ଇଂ ତୀର୍ଥବାସୀ ପଣ୍ଡା , ଉପ ସଭାପତି ପ୍ରଦୀପ ନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ, ଗୁରୁ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ର ମଞ୍ଚାସିନ ହୋଇ ଆମ ଓଡିଶୀ ସଙ୍ଗୀତର ଉଚ୍ଚ ପରମ୍ପରାକୁ ବଜାୟ ରଖିବାରେ ଭକ୍ତି ସଙ୍ଗୀତ ସଂସଦର ଆପ୍ରାଣ ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣୀ ଶ୍ରୀମତୀ ସ୍ନିଗ୍ଧ। ମିଶ୍ର ଉପସ୍ଥାପନ କରିଥିଲେ । ଏଥିରେ ଅନୁଷ୍ଠାନର ଗୁରୁ ଓ ଛାତ୍ରଛାତ୍ରୀ ମାନେ ନିଜର ଯାଦୁକରି କଣ୍ଠ ସଙ୍ଗୀତରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମ ଗୁରୁ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ରଙ୍କ ନିର୍ଦ୍ଦେଶନାରେ ଶ୍ରୀମତୀ ମଧୁସ୍ମିତା ପାତ୍ର ପରିଚାଳନା କରିଥିବା ବେଳେ ସମ୍ପାଦକ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।