ଡମପଡା ବ୍କକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ରେଡ୍ !!!

0
225

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ରେଡ୍ । ବହୁ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନସ । ସମଗ୍ର ଓଡିଶାରେ ମନରେଗା ମହାଦୁର୍ନୀତି କୁ ନେଇ ଚର୍ଚ୍ଚାରେ ଥିବା କଟକ ଜିଲ୍ଲାର ଡମପଡା ବ୍କକ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛି । ସବୁ ଦୁର୍ନୀତିକୁ ପ୍ରଶୟ ଦେଇ ପ୍ରଶାସନ ଓ ଜନ ପ୍ରତିନିଧି ମଧ୍ୟରେ ଗୋଟେ ସମାନ୍ତରାଳରେ ଚାଲି ଘଣ୍ଟ ଘୋଡାଉଥିବା ବ୍କକ ସହକାରୀ ଯନ୍ତ୍ରୀ ବହୁ ବିଳମ୍ବରେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ରାଜକୋଷରୁ କୋଟି କୋଟି ଟଙ୍କାର ମିଛ ବିଲ୍ କରି ପେଟ ସ୍ବାହା କରିଥିବା ଅଧିକାରୀ . ଏହା ପୂର୍ବରୁ କୁସୁପଙ୍ଗି , ତାଳବସ୍ତ ଏବଂ ଦୁଲଣାପୁର ଗ୍ରାମ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ମାନଙ୍କ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି । ଆଜିର ଭିଜିଲାନ୍ସ ଚଢ଼ାଉଥିଲା ଓଡିଶାର ସର୍ବକାଳିନ ଆୟ ବହିର୍ଭୁତ ତଦନ୍ତ ପ୍ରକ୍ରିୟା । ସକାଳ ୬ ରୁ ଏକ ସାଙ୍ଗରେ ପ୍ରଭାତ କୁମାର ରାଉତଙ୍କ ଡମପଡା ବ୍କକ କାର୍ଯ୍ୟାଳୟ, ବାରଙ୍ଗ ର କୁହ୍ନେଁଇପଡା , କଟକ ଚୌଦ୍ବାର , ଭୁବନେଶ୍ବରର ପାଣ୍ତରା ଓ କେନ୍ଦ୍ରାପଡାର ରାଜକନିକା ଘରେ ଚଢ଼ାଉ ଆରମ୍ଭ ହୋଇଥିଲା । ବାରଙ୍ଗ ଘରୁ ୪୫ ଲକ୍ଷର ବିମା, ୨୦ ରୁ ଅଧିକ ଲକ୍ଷାଧିକ ଟଙ୍କା ଥିବା ସେଭିଂଗ ଆକାଉଣ୍ଟ୍ , ୩ ଶହ ଗ୍ରାମର ସୁନା, ୩୭୮ ଗ୍ରାମର ରୁପା, ୯ ଲକ୍ଷ ଟଙ୍କାର ଅନ୍ୟ ଏକ ବିମା ସହିତ ୧୧ ଲକ୍ଷ ଟଙ୍କାର ଦାମୀ ୪ ଚକିଆ ଗାଡି ସହିତ ୮ ଲକ୍ଷ ଟଙ୍କାର ଦୁଇଟି ସୌଖିନୀ ଦୁଇ ଚକିଆ ଗାଡି ଜବତ କରାଯାଇଛି । ସଂପୁର୍ଣ୍ଣ ଚଢ଼ାଉ ପରେ ଆୟ ବହିର୍ଭୁତ ସଂପତ୍ତିର ପରିମାଣ ବହୁ ସଂଖ୍ୟାରେ ବଢିପାରେ । କେବଳ ବାରଙ୍ଗ ସ୍ଥିତ ୩ ମହଲା ଘରର ପରିମାଣ ଦେଢ କୋଟିରୁ ଅଧିକ ବୋଲି ଆକଳନ କରାଯାଇଛି । ଭିଜିଲାନ୍ସର ୪ ଜଣ ଡି.ସି.ପି.ଙ୍କ ସହିତ ୧୦ ଜଣ ଇନ୍ସିପେକ୍ଟର ଉକ୍ତ ଚଢଉରେ ସାମିଲ ହୋଇଛନ୍ତି । ସକାଳ ୬ ଟାରେ ଡମପଡା ବ୍ଖକରେ ଚଢଉ ବେଳେ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଅଶୋଭନୀୟ ଆଚାରଣକୁ ସହଜରେ ଗ୍ରହଣ କରି ପାରିନଥିଲେ ସାମ୍ବାଦିକ ମାନେ । ଆଜିର ଭିଜିଲାନ୍ସ ଚଢ଼ାଉ ପରେ ବାଙ୍କୀର ଗୋଟେ ରାଜନୀତି ଗୋଷ୍ଠୀ ଘନଘନ ଲୁଚା ବୈଠକ କରିବାରେ ବ୍ୟସ୍ତ ରହିଛନ୍ତି । କାହାପାଳି କେତେବେଳେ ପଡିପାରେ । ଏମିତି ଏକ ଆଶଙ୍କାରେ ବାଙ୍କୀର ପ୍ରଶାସନ ଏବଂ ଜନ ପ୍ରତିନିଧି ।

LEAVE A REPLY

Please enter your comment!
Please enter your name here