ନବ ଯୌବନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନବ ଯୌବନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି । ଅଣସର ପରେ ଆଜି ଦର୍ଶନ ଦେଇଛନ୍ତି ପ୍ରଭୁ ଜଗନ୍ନାଥ । ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ଉକ୍ତ ମାନେ ପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରସାଦ ନେବା ନିମନ୍ତେ ମନ୍ଦିର ତରଫରୁ ସୁବ୍ୟବସ୍ଥା କରାଯିବା ସହ ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ଦେବୋତ୍ତର ବିଭାଗ ପକ୍ଷରୁ ସଙ୍ଗୀତ ଧାରା ପରିବାର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୁନାମଧନ୍ୟ କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଙ୍କ ସଙ୍ଗୀତ ଏବଂ ଅଧ୍ୟାପିକା ଜୟଶ୍ରୀ ଦେବୀଙ୍କ କଣ୍ଠରେ ଗୀତ ଗୋବିନ୍ଦ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *