ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ନୟାଗଡ ଜିଲ୍ଲା ଭାପୁର ବ୍ଲକର ପଦ୍ମାବତୀ ଗ୍ରାମରେ ମହାପ୍ରଭୁ କାଳିଆ ସାଆନ୍ତ ଙ୍କ ଘୋଷଯାତ୍ରା ଅନୁଷ୍ଠିତ । ସମସ୍ତ ରୀତିନୀତି ଅନୁଯାୟୀ ଦିବା ୧୨ ଘଟିକା ସମୟରେ ପ୍ରଥମେ ପ୍ରଭୁ ସୁଦର୍ଶନ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁଙ୍କ ପହଣ୍ଡି କାର୍ଯ୍ୟ କରାଯାଇଛି । ମହାପ୍ରଭୁ ରଥାରୁଢ ହେବା ପରେ ଛେରାପହରା କରାଯାଇ ଦିବା ୩ ଘଟିକା ସମୟରେ ରଥ ଟଣା ଆରମ୍ଭ ହେଇ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି । ସେହିପରି ବାଙ୍କୀ ବ୍ଲକର ବରପୁଟ ବାଣିଆ ଦେବଗିରୀ ଠାରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ପଦ୍ମାବତୀ ଓ ଦେବଗିରୀ ପୀଠରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ !!!

