ସାଂସ୍କୃତିକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ମନ ମୋହିଲା ନୃତ୍ୟସଙ୍ଗୀତ !!!

0
177

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ପଞ୍ଚମ ଦିନରେ ପହଞ୍ଚିଛି l ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଦେବସ୍ନାନ ମଣ୍ଡପ ଠାରେ ଆଜି ସନ୍ଧ୍ୟାରେ ରାଧାକୃଷ୍ଣଙ୍କ ପ୍ରେମ ଲୀଳାକୁ ନେଇ ପରିବେଷଣ କରିଥିଲେ ଗୋଷାଣୀ ବ୍ଲକର ଲୋକ କଳା ଶଙ୍କଟ ତାରିଣୀ ନାଟ୍ୟ ସଂସଦର କଳାକାର ମାନେ l ସେହିପରି ପାରଳାଖେମୁଣ୍ଡିର ମିରାକେଲ ନୃତ୍ୟ ଦଳର କୁନି କୁନି କଳାକାର ମାନେ ଭଜନରେ ନୃତ୍ୟ ପରିବେଷଣ କରି ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧ କରି ରଖିଥିଲେ l ସମସ୍ତ ପାରଳାଖେମୁଣ୍ଡି ବାସିନ୍ଦା ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଜଗନ୍ନାଥ ଭକ୍ତ ଶ୍ରଦ୍ଧାଳୁ ତଥା ଶ୍ରୋତା ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଂଶସା କରୁଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଗୁରୁ ରଘୁନାଥ ପାତ୍ର, ଗୌରୀ ଶଙ୍କର ସାହୁ ଏବଂ ନରସିଂହ ବାଜବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here