ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ଗ୍ରାମ ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ସଭାପତି ପଦବୀ ସକାଶେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି . ନିର୍ବାଚନରେ ଦୁଇ ଜଣ ପାର୍ଥି ପ୍ରତିଦ୍ବନ୍ଦିତା କରିଥିଲେ , ଆଜି ସକାଳ ୧୦ ଟାରୁ 12 ଟା ମଧ୍ୟରେ ଭୋଟ ହୋଇଥିଲା । ଏହି ନିର୍ବାଚନରେ ପ୍ରିଜାଇଡିଙ୍ଗ ଅଫିସର ଅରୁଣ କୁମାର ପାଠୀ ଓ ପୁଲିଙ୍ଗ ଅଫିସର ଭାବେ ଦୀପକ କୁମାର ସାହୁ ନିୟୋଜିତ ହୋଇଥିଲେ । ଇଲେକ୍ସନ ଅଫିସର ଭାବେ ଜଗନ୍ନାଥ ରଥ ଉପସ୍ଥିତ ଥିଲେ । ସମବାୟ ସମିତିରେ 14 ଜଣ ଡିରେକ୍ଟରକୁ ନେଇ ନିର୍ବାଚନ ହୋଇଥିଲା । ଇ. ମୋହନ ରାଓ 9 ଗୋଟି ଭୋଟ ପାଇଥିବା ବେଳେ ପ୍ରଶାନ୍ତ କୁମାର ପାତ୍ର 5 ଗୋଟି ଭୋଟ ପାଇଥିବାର ନିର୍ବାଚନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅଧିକ ଭୋଟ ପାଇ ଇ . ମୋହନ ରାଓ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତିର ଏହି କାର୍ଯ୍ୟକ୍ରମ କୁ ସମ୍ପାଦକ ଇ ରାମ ପ୍ରସାଦ ଓ ଡି.ଟି.ଓ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୁତୟନ ହୋଇଥିଲା ।
ଇ. ମୋହନ ରାଓ ହେଲେ ରାମଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ସଭାପତି !!!

