ଭାଲୁକିପାତଳା ଗ୍ରାମରୁ ୧୨ ଫୁଟର ବିରଳ ପ୍ରଜାତିର ଅଜଗର ସାପ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଭାଲୁକିପାତଳା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ପାର୍ଶ୍ଵରେ ୧୨ ଫୁଟର ବିରଳ ପ୍ରଜାତିର ଅଜଗର ସାପ ବାହାରିବା ଦେଖି ଗ୍ରାମ ଲୋକେ ଭୟଭୀତ ହୋଇଥିଲେ . ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିବା ବେଳେ ମିହିର ପାତ୍ର ସୂଚନା ପାଇ ତାଙ୍କର ସହଯୋଗୀ ସୋନୁ ପାତ୍ର, ସିତୁ ପାତ୍ର, କାହ୍ନା ପାତ୍ର ଙ୍କୁ ସାଥିରେ ନେଇ ଘଟଣାସ୍ଥଳରେ ପହଞ୍ଚି ୧୨ ଫୁଟର ଅଜଗର ସାପଟିକୁ ସୁରକ୍ଷିତ ଉପାୟରେ ଉଦ୍ଧାର କରିଥିଲେ . ସୁକିନ୍ଦା ବନ ବିଭାଗ ସହଯୋଗରେ ସୁକିନ୍ଦା ପାଖ ମହାଗିରୀ ଜଙ୍ଗଲରେ ସାପଟିକୁ ସୁରକ୍ଷିତ ଉପାୟରେ ଛାଡି ଦେଇଥିବା ସୁଚନା ମିଳିଛି .

Leave a Reply

Your email address will not be published. Required fields are marked *