ମନୋରମ ଭଜନ ସନ୍ଧ୍ୟା ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଶିବ ନାରାୟଣ ଶତପଥୀ ଙ୍କ ସ୍ମରଣରେ ଗଡ଼ ରାଜେଶ୍ବରୀ କ୍ଲବ ଦଶପଲ୍ଲା ଆନୁକୁଲ୍ୟରେ କଳା, ସାହିତ୍ୟ ଓ ସଂସ୍କୃତି ର ଭାବମୟ ଉତ୍ତରଣ ଶ୍ରୀ ସୃଜନ ପକ୍ଷରୁ ଏକ ମନୋରମ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଫୁଲ୍ଲ କୁମାର ସାହୁ ସଙ୍ଗୀତ ପରିଚାଳନା କରିଥିବା ବେଳେ ଗୋପିନାଥ ସେଠୀ ମଞ୍ଚ ସଂଯୋଜନା କରିଥିଲେ । ସଭାପତି ନାଟ୍ୟ ଭୂଷଣ ଡକ୍ଟର ବିଜୟ କୁମାର ଚୋୖଧୁରୀ , କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଭଜନ ସନ୍ଧ୍ୟା ରେ ଜୟଶ୍ରୀ ଦେବୀ , ସୁକାନ୍ତ, ରଜତ, ସୁନିତା , ଜିତେନ୍ଦ୍ର, ପ୍ରିୟଙ୍କା, ଗୋପିନାଥ, ସସ୍ମିତା , ପ୍ରଫୁଲ୍ଲ ପ୍ରମୁଖ ଭଜନ ପରିବେଷଣ କରି ଶ୍ରୋତା ମାନଙ୍କୁ ଅଭିଭୂତ କରି ରଖିଥିଲେ । ଉପସ୍ଥିତ ଶ୍ରୋତା ମାନେ ଜଗନ୍ନାଥ ଙ୍କ ଭଜନ ଶୁଣି ଭାବ ବିଭୋର ହେବା ସହ ଶ୍ରୀ ସୃଜନ ପରିବାର ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *