ଶ୍ରୀ ସିରିଡି ସାଇ ଧ୍ୟାନ ମନ୍ଦିର ପକ୍ଷରୁ ମହା ସମାରୋହରେ ଗୁରୁ ପୂର୍ଣ୍ଣିମା ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରେଖଣା ସାହି ସ୍ଥିତ ଶ୍ରୀ ସିରିଡି ସାଇ ଧ୍ୟାନ ମନ୍ଦିର ପକ୍ଷରୁ ଗୁରୁ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଗୁରୁ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କରୋନା ଯୋଗୁଁ ଦୁଇ ବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରି ନଥିଲା । ଚଳିତ ବର୍ଷ କରୋନା କଟକଣା ହଟି ଯିବାରୁ ଗୁରୁ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇଛି । ସକାଳୁ ସକାଳୁ ଦର୍ଶନ ସକାଶେ ଭିଡ଼ ଜମିବାରେ ଲାଗିଥିଲା । ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯଥା ସିରିଡି ସାଇ ବାବାଙ୍କ ଅଭିଷେକ ହୋମ, ନଗର ପରିକ୍ରମା କରାଯାଇଥିଲା , ମଧ୍ୟ।ହ୍ନରେ ଅନ୍ନ ପ୍ରସାଦ ସେବନ ହୋଇଥିଲା ସନ୍ଧ୍ୟା ଆଳତୀ, ଭଜନ କୀର୍ତ୍ତନ ସହ ସେବା ଆଳତୀ କରାଯାଇଥିଲା । ବହୁ ଉତ୍ସ।ହ ର ସହ ଭକ୍ତ ମାନେ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।

Leave a Reply

Your email address will not be published. Required fields are marked *