ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ତାଳଚେର ର 149 ନମ୍ବର ଜାତୀୟ ରାଜପଥ ବାଇବାସ ଛକଠାରେ ଏକ ପାଗଳୀ ଝିଅଟିକୁ ଲୋକ ମାନେ ଗାଡି ନେଇ ଯାଉଥିବା ବେଳେ କାଦୁଅ ଫିଙ୍ଗିବା ଏବଂ ରାସ୍ତା ଉପରେ ଶୋଇବାର ଅବସ୍ଥା କାହାକୁ ଦେଖାଯାଇ ନଥିଲା । ପାଗଳୀର ଏପରି କାର୍ଯ୍ୟ ରେ କିଛି ସମୟ ଗାଡି ଚଳାଚଳ କରିବାରେ ବାଧା ସୃଷ୍ଟି ହୋଇଥିଲା । ତୁରନ୍ତ ସେଠାରେ ସମାଜସେବୀ ବାପି ମହାନ୍ତି ପହଞ୍ଚି ପାଗଳ ଝିଅଟିକୁ ଉଦ୍ଧାର କରିବା ସହିତ ପୋଲିସକୁ ଡକାଇ ମିଶନ ଆଶ୍ରା ଆମ୍ବୁଲାନ୍ସରେ ତାକୁ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ପଠାଇଥିଲେ । ତେବେ ଏହି ସବୁ କାମ କରିଥିବା ବାପି ଭାଇଙ୍କୁ ବିଭିନ୍ନ ମହଲରୁ ଧନ୍ୟବାଦ ଏବଂ ସମସ୍ତଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ମହତ୍ କାର୍ଯ୍ୟକୁ ମଧ୍ୟ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି । ବୁଦ୍ଧିଜୀବି ମହଲରେ ଏହାକୁ ଅତି ଉତ୍ତମ କାର୍ଯ୍ୟ ଏବଂ ଏମିତି ନିସ୍ଵାର୍ଥପର କାମ ସବୁ ବେଳେ କରୁଛନ୍ତି ବୋଲି ବାପି ଭାଇଙ୍କୁ ତାଳଚେରର ଗର୍ବ ବୋଲି କହିଛନ୍ତି |
ପାଗଳୀ ଝିଅକୁ ରାସ୍ତା କଡ଼ରୁ ଉଦ୍ଧାର କଲେ ସମାଜସେବୀ ବାପି ମହାନ୍ତି !!!

