ମିଶନ ଜୀବିକା ପକ୍ଷରୁ ସପୁରୀ ପ୍ରକ୍ରିୟା କରଣ କେନ୍ଦ୍ର କୁ ଉଦଘାଟନ କଲେ ଜିଲ୍ଲାପାଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକର ଡମାଳ ପଞ୍ଚାୟତର ସିନ୍ଧବା ଗ୍ରାମ ଠାରେ ମିଶନ ଜୀବିକା ପକ୍ଷରୁ ସପୁରୀ ପ୍ରକ୍ରିୟା କରଣ କେନ୍ଦ୍ରକୁ ଶୁଭ ଉଦଘାଟନ କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀ ଉପସ୍ଥିତ ଥିଲେ । ସପୁରୀ ପ୍ରକ୍ରିୟା କରଣ ଦ୍ବାରା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ବୋଲି ସରକାର ଙ୍କର ପ୍ରୟାସ । ଏହି ପ୍ରକ୍ରିୟା କରଣରେ 63 ଟି ସ୍ୱୟଂ ସହାୟକ ଗୋଷ୍ଠୀର 666 ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ନେଇ ଏହି ପ୍ରକ୍ରିୟା କରଣ ଚାଲୁ ରହିବ । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ରଏଲ ଗଜପତି ପ୍ରଡ୍ୟୁସର ଗୃପ ନାମରେ ନାମିତ କରାଯାଇଛି । ସପୁରୀ କମ ଦରରେ ବିକ୍ରି ବଟା ହେଉଥିବା ଯୋଗୁଁ ଏହି ପ୍ରକ୍ରିୟା କରଣ ଦ୍ବାରା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ, ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପ୍ରକଳ୍ପ ସଂଯୋଜକ ଗୌତମ ସ୍ୱାଇଁ ।

Leave a Reply

Your email address will not be published. Required fields are marked *