ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ର ସମସ୍ତ କାମ୍ପ ଜାତି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାମ୍ପ ଜାତିକୁ ସେଣ୍ଟ୍ରାଲ OBC ବର୍ଗ ରେ ମିଶେଇବା ପାଇଁ ଆଲୋଚନା କରିଛନ୍ତି ଏବଂ ଆଜି ଗଜପତି ଜିଲ୍ଲା ର ସମସ୍ତ ପଞ୍ଚାୟତ ରୁ ଆସିଥିବା କାମ୍ପ ବର୍ଗ ର ଲାକମାନେ ଭୁବନେଶ୍ବରରେ ପହଞ୍ଚି OBC (commission) କମିଶନ ଙ୍କୁ ସାକ୍ଷାତକାର କରିବା ନିମନ୍ତେ ନିଷ୍ପତି ନେଇଥିଲେ । ଏହି ବୈଠକରେ ଲୋକ ପ୍ରତିନିଧି ତଥା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟମ୍ମା, ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ . ବୀରାରାଜୁ , ବରିଷ୍ଠ ନେତା ଏସ ଗଜପତି ରାଓ, ଜୋନ – 6 ଜିଲ୍ଲା ପରିଷଦ ସଦସ୍ୟ ଏସ . ବାଲରାଜୁ, ପାରଳାଖେମୁଣ୍ଡି ପୌର ଉପାଧକ୍ଷ ଲେଙ୍କା ମାଧୁ ଓ କାଶିନଗର ଏନଏସି ଊପାଧକ୍ଷ ରଘୁରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

