ଫୁଲବାଣୀ ରେ ଘର ଭୁଶୁଡି ମା ଓ ଝିଅ ମୃତ : ବାପା ପୁଅ ଗୁରୁତର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଲଗାଣ ବର୍ଷା ଯୋଗୁଁ କଚl ଘର ଭୁଶୁଡ଼ି ଗୋଟଏ ପରିବାର ର ଦୁଇ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି l ଖବର ରୁ ପ୍ରକାଶ ଯେ, ଫୁଲବାଣୀ ତ୍ରିଦେବ ନଗର ରେ ଅପରାହ୍ନ ସମୟରେ ବ୍ରଜବନ୍ଧୁ ମାଝୀ ଙ୍କ ପରିବାର ଲୋକେ ଖାଉଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ୍ ଘର କାନ୍ଥ ସବୁ ଭୁଷୁଡ଼ି ପଡିଥିଲା, ଫଳରେ ଘର କାନ୍ଥ ତଳେ ବାପା ମା ଓ ପୁଅ ଝିଅ ସମସ୍ତେ ଚାପି ହୋଇ ରହି ଯାଇଥିଲେ l ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟି କୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟି ସଦସ୍ୟ ପହଁଚି ପରିବାର ଲୋକ ଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ l କିନ୍ତୁ ଡାକ୍ତର ମା ଓ ୫ ବର୍ଷର ଝିଅ ଙ୍କୁ ମୃତ ଘୋଷଣା କରିଥିଲେ l ମୃତ ମହିଳା ହେଲେ ସୁରତି ମାଝୀ ଓ ମୃତ ଝିଅ ସ୍ମିତାରାଣୀ ମାଝୀ ବୋଲି ଜଣାପଡିଛି l

Leave a Reply

Your email address will not be published. Required fields are marked *