ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ସରପଞ୍ଚ ମାନଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ 11 ତାରିଖ ଠାରୁ ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଜିଲ୍ଲାର ତିନୋଟି ବ୍ଳକ ନୂଆଗଡ଼ , ଆର ଉଦୟଗିରି ଏବଂ ରାୟଗଡ ବ୍ଳକ ର ସରପଞ୍ଚ ମାନେ ଏହି ପ୍ରଶିକ୍ଷଣ ରେ ଅଂଶ ଗ୍ରହଣ କରିଛନ୍ତି . ଏହି ପ୍ରଶିକ୍ଷଣ ରେ ସରକାରଙ୍କ ବିଭିନ୍ନ ଯୋଜନା ଓ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମ୍ବଳ ବିଭାଗର ବ୍ୟକ୍ତି ଉପସ୍ଥିତ ରହି ପ୍ରଶିକ୍ଷଣ ଦେଉଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ମଚାରୀ ଦେବେନ୍ଦ୍ର କହଁରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲୁରହିଥିଲା । ସମ୍ବଳ ବ୍ୟକ୍ତି ଭାବେ ଲିଙ୍ଗରାଜ ପାଣିଗ୍ରାହୀ, ରବି ନାରାୟଣ ପାଇକ ରାୟ ପ୍ରଶିକ୍ଷଣ ଦେଉଥିବାର ଦେଖିବାକୁ ମିଳିଛି । ପଞ୍ଚାୟତର ପ୍ରତିନିଧି ମାନେ ସରକାରଙ୍କ ଯୋଜନା ଉପରେ ଜାଣିବା ଏବଂ ସେମାନଙ୍କ ର ସମସ୍ୟା ଗ୍ରାମ୍ୟ ସ୍ତରରେ କଣ ରହୁଛି ତାକୁ ଉପସ୍ଥାପନ କରି ବୁଝିବା, ସମସ୍ୟା ସମାଧାନ ସକାଶେ ପଚାରି ବୁଝିବା, ସରକାରଙ୍କ ଲୋକାଭିମୁଖୀ ଯୋଜନା କିପରି ପ୍ରକୃତ ହିତାଧିକାରୀ ପାଇବେ, ଯୋଜନା ତୃଣମୂଳ ସ୍ତରରେ କିପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ଓ କିଭଳି ପ୍ରକୃତ ହିତାଧିକାରୀ ଉପକୃତ ହୋଇ ପାରିବେ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।