ରାଜ୍ୟ ସମାଜସେବୀ ମହାସଂଘକୁ ନୟାଗଡ ଜିଲ୍ଳାରି ତିନି ସଦସ୍ୟ ମନୋନୀତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟ ସମାଜସେବୀ ମହାସଂଘ କୁ ନୟାଗଡ଼ ଜିଲ୍ଲାର ଅମରେନ୍ଦ୍ର ସାହୁ ରାଜ୍ୟ ଉପ-ସଭାପତି, ସାରସ୍ଵତ ବିଭୁପଦ ରାଜ୍ୟ ସହ ସମ୍ପାଦକ ଏବଂ ବିଶ୍ବଜିତ ସୁବୁଦ୍ଧି ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ସହିତ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ରକ୍ତଦାନ ଶିବିର, କୋଭିଡ ସଚେତନତା, ଦିବ୍ୟାଙ୍ଗ, ଅସହାୟ ଙ୍କୁ ସହାୟତା ଏବଂ ପାରିବାରିକ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବା ବିଶେଷ କରି ମହାସଂଘ କୁ ସୁଦୃଢ କରିବାକୁ ଦାୟିତ୍ୱ ଦିଆଯାଇଛି । ମହାସଂଘ ସଭାପତି ନରୋତ୍ତମ ଦାସ, ମହାସଚିବ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଓ ସମ୍ପାଦକ ନାରାୟଣ ସାହୁ ନୟାଗଡ଼ ଜିଲ୍ଲାର ଏହି ତିନିଜଣ ସମାଜସେବୀ ଙ୍କ କାର୍ଯ୍ୟକଳାପ ଏବଂ ସାଙ୍ଗଠନିକ ଦକ୍ଷତା କୁ ଦୃଷ୍ଟିରେ ରଖି ଚୟନ କରିଥିବା ରୁ ନୟାଗଡ଼ ଜିଲ୍ଲା ସାର୍ବଜନୀନ ସେବା ସମାଜସେବୀ ସଙ୍ଗଠନ ଏବଂ ସାମର୍ଥ୍ୟ ଫାଉଣ୍ଡେସନ ର ସଭ୍ୟମାନେ ଧନ୍ୟବାଦ ଅର୍ପଣ କରିଛନ୍ତି ।

 

Leave a Reply

Your email address will not be published. Required fields are marked *