ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀରେ ବସୁଧା ଟ୍ରଷ୍ଟ ପକ୍ଷରୁ ରଗଡି ଗିରି ଗୋବର୍ଦ୍ଧନ ପାହାଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡଃ ସୁବ୍ରତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗିରି ଗୋବର୍ଦ୍ଧନ ପାହାଡ ପୌରାଣିକ କିମ୍ବଦନ୍ତୀକୁ ବହନ କରୁଥିବାର ବହୁ ଉଦାହରଣ ଅଛି । ଏହି ପାହାଡ଼ରେ ବହୁ ଔଷଧୀୟ ବୃକ୍ଷ ଦେଖିବାକୁ ମିଳିଥାଏ । ପାହାଡଟି କିଛି ବର୍ଷ ହେବ ବସୁଧା ଟ୍ରଷ୍ଟ ପକ୍ଷରୁ ସଂରକ୍ଷଣ ହୋଇ ଆସୁଥିବା ବେଳେ ଲଣ୍ଡା ପାହାଡ ଟି ସବୁଜିମାରେ ପରିବର୍ତ୍ତନ ହୋଇଅଛି । ଫଳରେ ପୁର୍ବରୁ ରଖା ଯାଇଥିବା ଗଛ ଗୁଡିକ ବଡ ହୋଇଯାଇଛି । ଆଉ କିଛି ଜାଗା ଟାଙ୍ଗରା ଥିବାବେଳେ ବସୁଧା ଟ୍ରଷ୍ଟ ପକ୍ଷରୁ ବନୀକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ବସୁଧା ଟ୍ରଷ୍ଟ ର ସଭାପତି ସମାଜସେବୀ ଅଜୟ କୁମାର ସ୍ବାଇଁ ଙ୍କ ନେତୃତ୍ଵରେ ବାଙ୍କୀର ବିଭିନ୍ନ ଅଞ୍ଚଳରୁ ପରିବେଶ ପ୍ରେମୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ସିଦ୍ଧେଶ୍ବର ପାଇକରାୟ, ଚନ୍ଦନ କୁମାର ନାୟକ, ମଦନ ମୋହନ ରାଉତ, ରାକେଶ କୁମାର ମାଝୀ, ଅନିତା ସାହୁ, ସ୍ବର୍ଣ୍ଣଲତା ସେଠୀ, ଲକ୍ଷ୍ମୀପ୍ରିୟା ରାଉତ, ପୁଜାରାଣୀ ଖଟୁଆ, ସୃତିରଞ୍ଜନ ସାହୁ, ମନୋରମା ବାରିକ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।
ବସୁଧା ଟ୍ରଷ୍ଟ ପକ୍ଷରୁ ଗିରି ଗୋବର୍ଦ୍ଧନ ପାହାଡରେ ବୃକ୍ଷ ରୋପଣ !!!

