ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ ମାନଙ୍କୁ ବ୍ୟାଙ୍କର ସୁବିଧା, ସ୍ୱାସ୍ଥ୍ୟ ସେବା ସୁବିଧା, ଇଲେକ୍ଟ୍ରି ବିଲ ପଇଠ ବେଳେ ସୁବିଧା ଦେବା ସକାଶେ ଆଲୋଚନା ହୋଇଛି । ରେଳବାଇ ପକ୍ଷରୁ ମଞ୍ଚକୁ ଜଣାଇ ଦିଆଯାଇଛି ଯେ ପାରଳାଖେମୁଣ୍ଡି ଷ୍ଟେସନର ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ପାଇଁ ପ୍ରତିଶୃତି ଦେଇଛନ୍ତି । ବୈଠକରେ ସୁବାଷ ଚନ୍ଦ୍ର ବେହେରା ବରିଷ୍ଠ ନାଗରିକ ମାନଙ୍କ ପରିବାରରେ ହେଉଥିବା ହଇରାଣକୁ ଆଇନ ଅନୁଯାୟୀ କିପରି ସମାଧାନ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।ସଭ୍ୟ ମାନେ ବିଭିନ୍ନ ଅସୁବିଧା ବିଷୟ ଉଠାଇଥିଲେ ଓ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । ସହ ସମ୍ପାଦକ ମହାପାତ୍ର ମଞ୍ଚର ବିବରଣୀ ଓ କୋଷାଧ୍ୟକ୍ଷ ଆର୍ଥିକ ବିବରଣୀ ପାଠ କରିଥିଲେ । ଶେଷରେ ଉପ ସଭାପତି ଶ୍ରୀରାମଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲବ ଜେନା, ସୁବାଷ ରାଉତ, ଗଣପତି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ନାଗରିକ ଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।
ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସାଧାରଣ ବୈଠକ !!!

