ଜନ ଗହଳି ରାସ୍ତାକଡରେ ପଡୁଛି ଗଦାଗଦା ଅଳିଆ : ପ୍ରଶାସନ ଓ ବଜାର କମିଟି ନୀରବଦ୍ରଷ୍ଟା !!!

0
204

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବଡମ୍ବା ଏବଂ ବାଙ୍କୀ କୁ ସଂଯୋଗ କରୁଥିବା ଟି ସେତୁ ବ୍ରିଜ୍ ପରେ ପ୍ରତିଦିନ ହଜାର ହଜାର ଲୋକ ବୈଦେଶ୍ବର , କଳାପଥର ମୁଖ୍ୟ ରାସ୍ତା ଦେଇ ଯାତାୟାତ କରୁଛନ୍ତି । ରାଜ୍ୟ ସରକାର ସ୍ବଚ୍ଛ ଭାରତର ନାରା ଦେଇ ପରିମଳ ଓ ସ୍ଵଚ୍ଛତା ଉପରେ ଲକ୍ଷାଧିକ ଟଙ୍କା ସଚେତନତାରେ ଖର୍ଚ୍ଚ କରୁଥିବା ବେଳେ ବାଙ୍କୀର ପ୍ରମୂଖ ବାଣିଜ୍ୟିକ ପେଣ୍ଠସ୍ଥଳୀ କଳାପଥର, ଧଳାପଥର ଗ୍ରାମ ଉପରେ ଏହାର କିଛି ପ୍ରଭାବ ପଡିନାହିଁ । ବଜାର କମିଟି ଏବଂ ବାଙ୍କୀ ବ୍କକ ପ୍ରଶାସନ ଏହାକୁ ନିୟମିତ ଦେଖୁଥିଲେ ମଧ୍ୟ ଆଖି ଥାଇ ଅନ୍ଧ ପରି ଅଭିନୟ କରୁଛନ୍ତି । ବୈଦେଶ୍ବର ମୁଖ୍ୟ ଛକ,କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଚୀର, ଅଟାକଳ ରାସ୍ତା ପାଖରେ ଟ୍ରକ ଟ୍ରକ ଅଳିଆ ପଡି ରହୁଥିଲେ ମଧ୍ୟ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଦ୍ବୟର ଜନ ପ୍ରତିନିଧି ମାନେ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଶ୍ରାବଣ ମାସରେ ଆରମ୍ଭ ହୋଇଥିବା ବୋଲବମ୍ ଯାତ୍ରାରେ ହଜାର ହଜାର ସଂଖ୍ୟର ଶ୍ରଦ୍ଧାଳୁ ଭକ୍ତଗଣ ଏହି ରାସ୍ତାରେ ଯିବା ବେଳେ ନିଜର ଅସନ୍ତୋଷ ଜାହିର କରୁଛନ୍ତି । ଖଜୁରିପଦା, ଧଳାପଥର , କଳାପଥର ଵଜାର ଦ୍ବୟରୁ ସରକାର ଯେଉଁ ପରିମାଣରେ ରାଜସ୍ବ ନେଉଛନ୍ତି ,ସେହି ପରିମାଣରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବାର ମନେହୁଏ ନାହିଁ । ବସଷ୍ଟାଣ୍ତ ଠାରୁ ଆରମ୍ଭ କରି ରାସ୍ତାଘାଟ , ବେପାରୀଙ୍କ ସ୍ଥାୟୀ ଥଇଥାନରେ ସବୁଠି ଅବହେଳା ରହିଛି । ସବୁ ଅବହେଳା ଭିତରେ ରାସ୍ତା କଡରେ ପଡି ରହୁଥିବା ଅଳିଆ ସବୁର ପଚାଗନ୍ଧରେ ଅସ୍ବାସ୍ଥ୍ୟକର ପରିବେଶ ତିଆରି ରୋଗ ସୃଷ୍ଟି ଓ ସଂକ୍ରମଣର ମୁଖ୍ୟ କାରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here