ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସାଧାରଣ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ ମାନଙ୍କୁ ବ୍ୟାଙ୍କର ସୁବିଧା, ସ୍ୱାସ୍ଥ୍ୟ ସେବା ସୁବିଧା, ଇଲେକ୍ଟ୍ରି ବିଲ ପଇଠ ବେଳେ ସୁବିଧା, ଦେବା ସକାଶେ ଆଲୋଚନା ହୋଇଛି। ବୈଠକରେ ସୁବାଷ ଚନ୍ଦ୍ର ବେହେରା ବରିଷ୍ଠ ନାଗରିକ ମାନଙ୍କ ପରିବାରରେ ହେଉଥିବା ହଇରାଣକୁ ଆଇନ ଅନୁଯାୟୀ କିପରି ସମାଧାନ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ସଭ୍ୟ ମାନେ ବିଭିନ୍ନ ଅସୁବିଧା ବିଷୟ ଉଠାଇ ଥିଲେ ଓ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । ସହ ସମ୍ପାଦକ ମହାପାତ୍ର, ମଞ୍ଚର ବିବରଣୀ ଓ କୋଷାଧ୍ୟକ୍ଷ ଆର୍ଥିକ ବିବରଣୀ ପାଠ କରିଥିଲେ । ଶେଷରେ ଉପ ସଭାପତି ଶ୍ରୀରାମଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *