କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଶିରୋମଣୀ ଅକାଳୀ ଦଳ ସାଂସଦ ସିମ୍ରନଜିତ ସିଂ ମାନ ଙ୍କ ବିରୁଦ୍ଧରେ ଓଡିଶା ସୁରକ୍ଷା ସେନା ର ଏତଲା . ପଞ୍ଜାବ ସଂଗରୁ ର ସାଂସଦ ଙ୍କ ନାମରେ କଟକ ପୁରୀଘାଟ ଥାନା ରେ ଏତଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଓଡିଶା ସୁରକ୍ଷା ସେନା ର କର୍ମକର୍ତ୍ତା । ସୂଚନା ଯୋଗ୍ୟ ସିମ୍ରନଜିତ ସିଂ ମାନ ପଞ୍ଜାବ ସଂଗରୁର ର ଶିରୋମଣୀ ଆକାଳୀ ଦଳର ସାଂସଦ ଅଟନ୍ତି ସେ କିଛି ଦିନ ପୂର୍ବେ ଭାରତର ମହାନ କ୍ରାନ୍ତିକାରୀ ବିପ୍ଲବୀ ନେତା ଦେଶ ଭକ୍ତ ଭଗତ ସିଂହଙ୍କ ଉପରେ ବିବାଦୀୟ ବୟାନ ଦ୍ୱାରା ସମଗ୍ର ଭାରତୀୟ ଓ ଯୁବସମାଜ ଙ୍କ ଦେଶପ୍ରେମ ଭାବନାକୁ କୁଠାରଘାତ କରିବା ସହ ସମଗ୍ର ରାଷ୍ଟ୍ରୀୟତା ଭାବନା କୁ ଆଙ୍ଗୁଳି ଉଠାଇଛନ୍ତି । ତେବେ ଏହାକୁ ନେଇ ଓଡିଶା ସୁରକ୍ଷା ସେନା ର ସଦସ୍ୟ ଗଣ ଆଜି ପୁରିଘାଟ ଥାନା ରେ ଏତଲା ଦାୟର କରିବା ସହ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଆଗାମୀ ଦିନରେ ଦରକାର ପଡିଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଓଡିଶା ସୁରକ୍ଷା ସେନା ର ରାଜ୍ୟ ସଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ ସୂଚନା ଦେଇଛନ୍ତି ।
ଶିରୋମଣୀ ଅକାଳୀ ଦଳ ସାଂସଦ ସିମ୍ରନଜିତ ସିଂ ମାନ ଙ୍କ ବିରୁଦ୍ଧରେ ଓଡିଶା ସୁରକ୍ଷା ସେନା ର ଏତଲା !!!

