ସିଆରପିଏଫ ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ ତରଫରୁ ସ୍ୱାଧୀନତାର ୭୫ ବର୍ଷ ରେ ‘ ଅମୃତ ମହୋତ୍ସବ ‘ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବନ ମହୋତ୍ସବ’ କାର୍ଯ୍ୟକ୍ରମ ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା, ଦ୍ୱିତୀୟ କମାଣ୍ଡିଂ ଅଫିସର ମଉଲି ମୋହନ କୁମାର , ଡେପୁଟି କମାଣ୍ଡାଣ୍ଟ ସି.ଅଜିତ ବାବୁ, ସହାୟକ କମାଣ୍ଡାଣ୍ଟ କୁମାର ରାଘବେନ୍ଦ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜି.ଆର.ରାଘବେନ୍ଦ୍ର, ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସମେତ ସ୍କୁଲ ର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ | ଏହି ଅବସରରେ କମାଡେଣ୍ଟ ଆନନ୍ଦ ଝା ଉପସ୍ଥିତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଚାରା ରୋପଣର ମହତ୍ତ୍ୱ ଏବଂ ପରିବେଶ ସନ୍ତୁଳନରେ ଏହାର ଅବଦାନ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *