ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ କଲେଜ ର ରୋଭର ଓ ରେଞ୍ଜର ବିଭାଗର ସହଯୋଗରେ ଅରଖ ପଡିଆ ନିକଟ ମହାନଦୀ ମଧ୍ୟରେ ଉତ୍କଳ ୟୁନିଭର୍ସିଟିର ରୁଷା ବିଭାଗ ପକ୍ଷରୁ ଗଭୀର ପାଣିରେ ବୁଡି ଯାଉଥିବା ବ୍ୟକ୍ତିଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ସେ ନେଇ ଓଡ୍ରାଫ ଟିମ ର ସହାୟତାରେ ଦିଆଗଲା ସ୍ୱତନ୍ତ୍ର ତାଲିମ . ଏହି ପ୍ରଶିକ୍ଷଣ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉତ୍କଳ ୟୁନିଭର୍ସିଟିର ଭାଇସ ଚ୍ୟାନ୍ସଲର ପ୍ରଫେସର ସବିତା ଆଚାର୍ଯ୍ୟ . ଉପସ୍ଥିତ ରହିଥିବା ବାଙ୍କୀ କଲେଜ ର ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଥିଲା ଓଡ୍ରାଫ କର୍ମଚାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ତାଲିମ . ମହାନଦୀ ର ଗଭୀର ପାଣି ହେଉ କି ପୋଖରୀ ଗାଡ଼ିଆ ଏହା ମଧ୍ୟରେ କୌଣସି ବ୍ୟକ୍ତି ଯଦି ବୁଡି ଯାଉଥିବେ ତାଙ୍କୁ କିଭଳି ସାଧାରଣ ଲୋକେ ଉଦ୍ଧାର କରିପାରିବ ସେ ନେଇ ବିଭିନ୍ନ କୌଶଳ ମାଧ୍ୟମରେ ଓଡ୍ରାଫ ଟିମର କର୍ମଚାରୀଙ୍କ ପକ୍ଷରୁ ଡେମୋ ଦ୍ୱାରା ପ୍ରଶିକ୍ଷଣ ଦିଆଯିବା ସହିତ ମହାନଦୀ ମଧ୍ୟରେ ଏହାର କୌଶଳ ଗୁଡିକ ମଧ୍ୟ ଦେଖା ଯାଇଥିଲା . ଆଗାମୀ ଦିନରେ କିଭଳି ନଦୀ ପୋଖରୀ ଗାଡ଼ିଆ ଗୁଡିକରେ ନିଜର ଅସାବଧାନତା ଯୋଗୁ ବ୍ୟକ୍ତି ମାନଙ୍କର ମୃତୁ ଘଟୁଛି ତାହାକୁ କିଭଳି ରୋକ ଲଗାଯାଇ ପାରିବ ସେ ନେଇ ଏହି ରୁଷା ବିଭାଗ ପକ୍ଷରୁ ଆଗାମୀ ଦିନରେ କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବ ସେ ପଦକ୍ଷେପ ନିଆଯିବ ବୋଲି ଭାଇସ ଚ୍ୟାନ୍ସଲାର ଶ୍ରୀମତୀ ଆଚାର୍ଯ୍ୟ କହିଛନ୍ତି .
ପାଣିରୁ ଉଦ୍ଧାର ପାଈଁ ଓଡ୍ରାଫ ପକ୍ଷରୁ ଦିଆଗଲା ସ୍ୱତନ୍ତ୍ର ତାଲିମ !!!

