କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜାରେ ଉତ୍ତରାଧିକାରୀ ପ୍ରମାଣ ପତ୍ରରେ ହେଉଥିବା ଜାଲିଆତି ରୋକିବା ଓ ଦାୟାଦ ପ୍ରମାଣ ପତ୍ରରେ ଝିଅ, ଭଉଣୀ ଓ ବିଧବା ବୋହୂ ନାମ ସଂଯୋଗକୁ ପ୍ରାଥମିକତା ଦେବା ପାଇଁ ଆଜି ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ନବ ନିର୍ବାଚିତ ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଙ୍କ ଅବଗତି ନିମନ୍ତେ ସ୍ମାରକପତ୍ର ଡାକଯୋଗେ ପ୍ରେରଣ କରାଯାଇଛି ।
ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ତରଫରୁ ସ୍ମାରକପତ୍ର !!!

