ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନିୟନ୍ତ୍ରିତ ବଜାର କମିଟିର କନଫେରନ୍ସ ହଲ ଠାରେ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭ୍ରମରବର ରାଉତ ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ ସତ୍ୟବାଦୀ ବାଘ, ସାଧାରଣ ସମ୍ପାଦକ, ଶମ୍ଭୁପ୍ରସାଦ ମହାପାତ୍ର, ସୁରେଶ ଚନ୍ଦ୍ର ମହାରଣା, ଦୁର୍ଗା ପ୍ରସାଦ ନନ୍ଦ, ଦୁର୍ଗା ପ୍ରସାଦ ମିଶ୍ର, ବିଜୟ କୁମାର ପାତ୍ର, ଗଜେନ୍ଦ୍ର ପାଳ, ସୀମାଞ୍ଚଳ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ ।ବୈଠକରେ ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନ କରାଯାଇଥିଲା । ମୃତ୍ୟୁ ବରଣ କରିଥିବା ଦୁଇ କର୍ମଚାରୀଙ୍କ ପାଇଁ ଶୋକ ସଭା କରାଯାଇଥିଲା । ଏବଂ 4 ଜଣ କର୍ମଚାରୀ ଅବସର ଗ୍ରହଣ କରି ଥିବାରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ବୈଠକରେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା , ନୂତନ ମଜୁରୀ ନିର୍ଦ୍ଧାରଣ କରିବା ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ଲାଇନ ମ୍ୟାନ, କିରାଣୀ, ହେଲପର, ଠିକା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସୁରେନ୍ଦ୍ର ବାରିକ , ପ୍ରଶାନ୍ତ ପାଣିଗ୍ରାହୀ, ଜଗଦିଶ ଜେନା, ମନୋଜ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।
ବିଜୁଳି କର୍ମଚାରୀ ସଂଘ ର ସାଧାରଣ ବୈଠକ !!!

