ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ରୋଡ଼ ଶଙ୍ଖଚିଲାସ୍ଥିତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ଭାରତ ସ୍କାଉତ ଆଣ୍ଡ ଗାଇଡ଼ର ୧୪ ଜଣ ରାଜ୍ୟ ପୁରସ୍କାର ପରୀକ୍ଷା ଦେଇ ସଫଳତା ହାସଲ କରିଥିଲେ । ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀମତୀ ମୀରିନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ , ସୁନନ୍ଦା ସାହୁ, ଶୁଭଶ୍ରୀ ସାହୁ, ଆଶାରାଣୀ ସାହୁ, ସ୍ଥିତିପ୍ରଜ୍ଞା ସାହୁ, ସନାଲିଷ ସେଠୀ, ବିଶ୍ଵବନ୍ଦିତା ମହାକୁଡ଼, ପ୍ରଜ୍ଞା ପାରମିତା ପାଢ଼ୀ, କଲ୍ୟାଣୀ ସାହୁ , ଗଙ୍ଗୋତ୍ରୀ ସାହୁ, ସଂଜୀବନୀ ପାଢ଼ୀ, ତନୁଜା ତନୁଶ୍ରୀ ବିନ୍ଧାଣି, ପଙ୍କଜିନୀ ସେଠୀ, ଲୋପା ପ୍ରିୟଦର୍ଶିନୀ, ମୋନାଲିସା ସାହୁ ରାଜ୍ୟ ପୁରସ୍କାର ପ୍ରମାଣ ପତ୍ର ଗ୍ରହଣ କରିଥିଲେ ।

ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ, ଶଙ୍ଖଚିଲାର ଗାଇଡ କ୍ୟାପଟେନ ସଂଯୁକ୍ତା ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଇଡ ମାନେ ବିଭିନ୍ନ ଶିବିରରେ ଯୋଗ ଦେଇ ସୁନାମ ଅର୍ଜନ କରିବା ସହିତ ବହୁବାର ପୁରସ୍କୃତ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ତାଙ୍କୁ ପ୍ରଶଂସା କରିଥିଲେ । ଶେଷରେ ଶିକ୍ଷକ ପ୍ରତିନିଧି ହରପ୍ରିୟା ସାହୁ ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ ହୋଇଥିଲା ।

