ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶରତ ଚନ୍ଦ୍ର କ୍ଲବ ଠାରେ ପଶ୍ଚିମ ଓଡିଶା ଜେସିବି ଚାଳକ ସଂଘ ଅନଗୁଳ ଜିଲ୍ଲା ଶାଖାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି . ବୈଠକରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଂଚଳରୁ 100 ରୁ ଉର୍ଦ୍ଧ ଜେସିବି ଚାଳକ ସାମିଲ ଥିଲେ . ଆଗାମୀ ଦିନରେ ସମସ୍ତ ଚାଳକ ଭାଇ ଏକ ହୋଇ ସଂଘ କୁ ମଜବୁତ କରିବା ଶହ ସଂଘକୁ ଆଗକୁ ବଢେଇବା ପାଇଁ ବୈଠକ ରେ ଆଲୋଚନା ହୋଇଥିଲା . ଅନଗୁଳ ଜିଲ୍ଲା ପାଇଁ ସଭାପତି ଓ ସମ୍ପାଦକ ସହ ଅନ୍ୟାନ୍ୟ ପଦବୀ ଚୟନ ହୋଇଥିଲା , ସେହିପରି ପାଲଲହଡା ବ୍ଲକ ପାଇଁ ସଭାପତି ଭାବେ ପ୍ରଦୀପ ନାୟକ, ସମ୍ପାଦକ ଭାବେ ସୁବ୍ରତ ପ୍ରଧାନ ମନୋନୀତ ହୋଇଥିଲେ ଏବଂ ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର ସଭା ପରିଚାଳିତ ହୋଇଥିଲା | ମାଲିକ ମାନେ ଯେଉଁ ଭଳି ଜେସିବି ଚାଳକଙ୍କୁ ଅବହେଳା ଅତ୍ୟାଚାର କରୁଛନ୍ତି , 8 ଘଣ୍ଟା ରୁ ଅଧିକ କାମ କରେଇବା ସହ ଦରମା ଠିକ ସେ ଦେଉ ନାହାନ୍ତି , ତା ବିରୋଧରେ ସଙ୍ଘ ସ୍ୱର ଉଠେଇବ ଏବଂ ନିଜର ହକ ପାଇଁ ସଙ୍ଘ ଲଢ଼ିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା .