ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁମ୍ମା ବ୍ଲକରେ ପ୍ରଥମ ଥର ପାଇଁ ଗାଇବା ପଞ୍ଚାୟତ ରେ ପଞ୍ଚାୟତ ଉନ୍ନୟନ କମିଟି ର ବୈଠକ ଅନୁଷ୍ଠିତ ହୋଇଛି . ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ଶ୍ରୀନିବାସ ରାଓ, ବିଜେଡ଼ି ରାଜ୍ୟ ସମ୍ପାଦକ ମରୁତ ପାଲ, ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ଓ ଗାଇବା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମ ରୁ ଲୋକମାନେ ଉପସ୍ଥିତ ଥିଲେ । ସମସ୍ତ ଗ୍ରାମରୁ ଆସିଥିବା ଲୋକମାନଙ୍କ ଅସୁବିଧା ଯାହାକି ରୋଡ଼, ପିଇବା ପାଣି ଓ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଲୋକମାନେ ଉପସ୍ଥାପନ କରିଥିଲେ । ଏହି ସମସ୍ୟା ଗୁଡିକୁ ସମାଧାନ କରି ପଞ୍ଚାୟତ ଯେମିତି ଊନ୍ନତି ହୋଇପାରିବ ଏହି ବୈଠକରେ ଆଲୋଚନା ହୋଇଥିଲା ।
ଗାଇବା ପଞ୍ଚାୟତରେ ପଞ୍ଚାୟତ ଉନ୍ନୟନ କମିଟି ର ବୈଠକ ଅନୁଷ୍ଠିତ !!!

