ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ କର୍ମଚାରୀ ବ୍ରଜକିଶୋର ମଲ୍ଲିକ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କଥାରେ ଅଛି ବାଡ ଯଦି ଫସଲ ଖାଏ ଦୋଷ ଦେବା କାହାକୁ। ଏପରି ଏକ ଲଜ୍ୟା ଜନକ ଘଟଣା ୨୦୧୮ ମସିହାରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିଲା ନୟାଗଡ଼ ଜିଲ୍ଲାରେ । ଜନସାଧାରଣ ଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀ ଯଦି ନିଜେ ଅପରାଧ କରେ , କି ପ୍ରକାର ଦଣ୍ଡ ଦିଆଯିବ ସେ ସମୟରେ ସାଧାରଣ ରେ ଆଲୋଚନା ର ବିଷୟ ଥିଲା । ଜଣେ ପୋଲିସ କର୍ମଚାରୀ ଙ୍କ ଅକ୍ଷମଣୀୟ କାର୍ଯ୍ୟ ର ବଡ ଶୁଣାଣି କରିଛନ୍ତି ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟ । ନାବାଳିକା ଦୁଷ୍କର୍ମ ମାମଲା ର ବିଚାର କରି ନୟାଗଡ଼ ଜିଲ୍ଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଅଭିଯୁକ୍ତ ପୋଲିସ କର୍ମଚାରୀ ବ୍ରଜକିଶୋର ମଲ୍ଲିକ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୬୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଘଟଣା ରୁ ପ୍ରକାଶ ୨୩ / ୮ / ୨୦୧୮ ରେ ପୋଲିସ କର୍ମଚାରୀ ବ୍ରଜକିଶୋର ମଲ୍ଲିକ ଜନୈକ ନାବାଳିକା କୁ ଦୁଷ୍କର୍ମ କରିଥିବା ନୟାଗଡ଼ ଜିଲ୍ଲା ଫତେଗଡ ଥାନାରେ ଅଭିଯୋଗ କୁ ଭିତ୍ତିକରି ଥାନା କେସ ନମ୍ବର ୧୬୨/୧୮ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ଉକ୍ତ ମାମଲାରେ ତତ୍କାଳୀନ ମହିଳା କମିଶନର ହସ୍ତକ୍ଷେପ କରି ନୟାଗଡ଼ ସିଡବ୍ଲୁସି କୁ ସ୍ଥାନାନ୍ତରିତ ହୋଇ ରିପୋର୍ଟ ଆଧାରରେ ଫତେଗଡ ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାର ତଦନ୍ତ ପରେ ନାବାଳିକା ଜଣଙ୍କ ଦୁଷ୍କର୍ମ ର ଶିକାର ହୋଇଥିବା ଏବଂ ମାମଲା ର ସମ୍ପୁର୍ଣ୍ଣ ସତ୍ୟାସତ୍ୟ ଜଣାପଡିଥିଲା । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟ କୁ ସ୍ଥାନାନ୍ତରିତ ହୋଇ ତ୍ୱରିତ ବିଚାର ପ୍ରକିୟାରେ ସାମିଲ କରାଯାଇଥିଲା । ଡାକ୍ତରୀ ରିପୋର୍ଟ , ସାକ୍ଷୀ ମାନଙ୍କର ବୟାନ ଏବଂ ସରକାରୀ ଓକିଲ ଅମିୟ ପଟ୍ଟନାୟକ ଙ୍କ ବରିଷ୍ଠ ଯୁକ୍ତି ଆଧାରରେ ଅଭିଯୁକ୍ତ ପୋଲିସ କର୍ମଚାରୀ ବ୍ରଜକିଶୋର ମଲ୍ଲିକ କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡ , ୬୦ ହଜାର ଟଙ୍କା ଜରିମାନା ସହିତ ପିଡୀତା ଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *