ଟାଟା ପ୍ଲାଣ୍ଟ ପରିସରରୁ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ ୬ ଯୁବକ ଗିରଫ : କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ଟାଟା କମ୍ପାନୀ ପରିସରରୁ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ କମ୍ପାନୀ କର୍ତ୍ତୁପକ୍ଷଙ୍କ ପକ୍ଷରୁ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା . କଳିଙ୍ଗନଗର ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି କେସ ନଂ 160 / 22 ରେ ମାମଲା ରୁଜୁ କରି ବିଭିନ୍ନ ଚୋରୀ ସାମଗ୍ରୀକୁ ଜବତ କରି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଚୋରିରେ ସମ୍ପୃକ୍ତ ଥିବା ୬ ଜଣ ଯୁବକଙ୍କୁ ଗିରଫ କରିଛି . କଳିଙ୍ଗନଗର ଥାନା ଅନ୍ତର୍ଗତ ବାଲିଗୋଠ ଗ୍ରାମର ଅର୍ଜୁନ ଲେଙ୍କା , ରାମେଶ୍ବର ଯାମୁଣ୍ଡା , ଗୋବରଘାଟି ବାସିନ୍ଦା କାହୁଁ ସୁଣ୍ଡି , ବୃନ୍ଦାବନ ହେସା , ଆନନ୍ଦପୂର ଷଡଙ୍ଗୀ ବାସିନ୍ଦା ନବ ପୂର୍ତ୍ତି , ଡୁବୁରି ବାସିନ୍ଦା ଜଗନ ଦାସଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରି ଶନିବାର ଦିନ ସୁକିନ୍ଦା ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *